SPECIAL FEATURE INCLUDED:
ଆମେରିକାର ରହଣି ସମୟରେ ଶ୍ରୀଯୁକ୍ତ ମନୋରଞ୍ଜନ ପଟ୍ଟନାୟକ ସର୍ବାଧିକ ସମୟ ଆମସହିତ ରହିଥିଲେ : ଆମର ପଣ୍ଡା ହୋଇଥିଲେ , ଆମ ଆଖି ପରି କାର୍ଯ୍ୟ କରିଥିଲେ | ତାଙ୍କ ସହିତ ସେହି ପିଲାଦିନରୁ ପରିଚୟ, ଆତ୍ମୀୟତା ଏବଂ ହୃଦୟର ସମ୍ପର୍କ | ଆମେ ଦୁହେଁ ଗୋଟିଏ ଗାଆଁର |
ଶ୍ରୀମତୀ ମିନତି ପଟ୍ଟନାୟକ ଆମ ଗାଁର ବୋହୂ | ଆମେରିକାର ଡାକ୍ତର | ଘର ସମ୍ଭାଳନ୍ତି, ରୋଗୀ ସମ୍ଭାଳନ୍ତି ଏବଂ ଘରକୁ ମନ୍ଦିରଟିଏ କରି ରଖିଥାନ୍ତି | ଜୀବନରେ କିଛି ବିଶେଷ ଆଶିଷ ଲାଭ କରିଥିଲେ ଯାଇ ମଣିଷ ସହଜ ହୋଇ ଏତେ ଏତେ କଥାକୁ ସମ୍ଭବ କରିପାରେ |
ଆମେରିକାରୁ ଆସିବା ପରେ ସେହି ଦୁହିଁଙ୍କୁ କଥା ସବାଆଗ ମନେ ପଡିଛି | ବହିଟି ଲେଖିଥିବାର ଆରମ୍ଭରୁ ଶେଷଯାଏ ସେହିମାନେ ପାଖରେ ବସିଥିବା ପରି ଲାଗିଛି | ପ୍ରସ୍ତୁତ ବହିଟିକୁ ମୁଁ ସେହି ଉଭୟଙ୍କ ହାତରେ ସମର୍ପଣ କରୁଛି|
Reviews
There are no reviews yet.