SPECIAL FEATURE INCLUDED:
ଶ୍ରୀ ଜଗନ୍ନାଥଙ୍କ ପର୍ବପର୍ବାଣି, ସେବାନିଯୋଗ ତଥା ପୂଜା, ଆରାଧନା, ବ୍ରହ୍ମା ତାଙ୍କୁ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା ଦିନଠାରୁ ପ୍ରଚଳିତ ହୋଇଆସୁଛି | ଜଗନ୍ନାଥ ନିଖିଳ ଲୋକହିତ ତଥା ବିଶ୍ବାସନିମିତ୍ତ ପ୍ରତିବର୍ଷ ଯାତ୍ରା ସମୂହକୁ ପ୍ରବର୍ତ୍ତନ କରିଛନ୍ତି | ” ବିଶ୍ଵାସାୟ ଦୁରାତ୍ମନାମ ଯାତ୍ରା ଏବଂ ବିପ୍ରା ବର୍ଷେ ବର୍ଷେ ପ୍ରବର୍ତୟେତ” ବୋଲି ସ୍କନ୍ଦପୁରାଣ ଉତ୍କଳଖଣ୍ଡର ମତ | ବ୍ରହ୍ମା ତାଙ୍କ ଆଦେଶରେ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ନାରଦଙ୍କ ସହିତ ସର୍ବବିଧି ମହୋତ୍ସବର ପ୍ରଚଳନ କରିଛନ୍ତି | ତତ୍ପରେ ଉତ୍କଳର ରାଜା, ସାଧୁସନ୍ଥ ତଥା ବୈଷ୍ଣବମାନେ ଯାନୀଯାତ୍ରାର ସଂଖ୍ୟା ବୃଦ୍ଧି କରିଥିବାର ଇତିହାସ କୁହେ | ଏହି ଯାତ୍ରୀମାନଙ୍କୁ ମଧ୍ୟରୁ ଦ୍ଵାଦଶ ଯାତ୍ରା ପ୍ରଧାନ ଅଟେ |
Reviews
There are no reviews yet.