SPECIAL FEATURE INCLUDED:
ସାଧାରଣତଃ ପିଲାମାନେ ଗପ ଶୁଣିବାକୁ ଭଲ ପାଆନ୍ତି | ସେଥିପାଇଁ ପ୍ରାଥମିକ ସ୍ତରରେ ପିଲାଙ୍କୁ ଗପ, ଗୀତାରେ ପାଠ ପଢା ଯାଇଥାଏ | ଗପ ମାଧ୍ୟମରେ ପିଲାମାନେ ସଂସ୍କାର, ପର ଉପକାର, ସଛୋଟପଣିଆ ଭଳି ଭଲଗୁଣକୁ ଅକ୍ତିଆ କରିଥାନ୍ତି | ଆମ ଭାରତୀୟ ଦର୍ଶନରେ ଏକାଧିକ ମୁନିଋଷି, ତପସ୍ଵୀ ତଥା ଯଶସ୍ଵୀ ଲେଖକମାନେ ପିଲାଙ୍କ ଚରିତ୍ର ଗଠନ ପାଇଁ ଗପ ମାନ ଲେଖି ଯାଇଛନ୍ତି | ଜାତକ କଥା ସେମିତି ଏକ ପୁରାତନ ଗଳ୍ପ ସମ୍ଭାର | ସେଥି ମଧ୍ୟରୁ କେତୋଟିକୁ ସଂକ୍ଷିପ୍ତ କରି ସଂପାଦନାର ଦାୟିତ୍ଵ ନେଇ ପିଲାଙ୍କ ପାଇଁ ପ୍ରସ୍ତୁତ କରିଛି | ଆଶା ପିଲାମାନେ ପଢି ଉପକୃତ ହେବେ | ପ୍ରକାଶକ ମହୋଦୟ ପୁସ୍ତକଟିକୁ ପ୍ରକାଶ କରିବାର ଦାୟିତ୍ଵ ନେଇଥିବାରୁ ତାଙ୍କୁ ଆନ୍ତରିକ ଧନ୍ଯବାଦ |
Reviews
There are no reviews yet.