SPECIAL FEATURE INCLUDED:
ଆଧୁନିକ ଯୁଗରେ ବହୁ ସଭାସମିତି ଆଲୋଚନାଚକ୍ରରେ ବକ୍ତା ତଥା ଆଲୋଚନାମାନେ ଘଣ୍ଟା ଘଣ୍ଟା ଧରି ଜାତୀୟତା ଉତ୍କଳୀୟତା, ଭାରତୀୟତା ଏବଂ ସଂସ୍କୃତି ଉପରେ ଭାଷଣ ଦେଉଛନ୍ତି ଏବଂ ପ୍ରାୟ ସମସ୍ତେ ଏସବୁର ସୁରକ୍ଷା ପାଇଁ ବିକଳ | କିନ୍ତୁ ଜାତୀୟତା, ଉତ୍କଳୀୟତା, ଭାରତୀୟତା ଏବଂ ସଂସ୍କୃତି ‘କଣ’- ତା’ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଏବେ ମଧ୍ୟ ରହିଛି | ଏଗୁଡ଼ିକର ଏକ ସଠିକ ସୂରୁପ ନିର୍ଣ୍ଣୟ ଏ ପର୍ଯ୍ଯନ୍ତ କଷ୍ଟସାଧ୍ୟ | ଜାତୀୟତା, ଉତ୍କଳୀୟତା, ଭାରତୀୟତା ଅଥବା ସଂସ୍କୃତି-ଗୋଲାକାର କିମ୍ବା ବର୍ଗାକାର ଅଥବା ଲମ୍ବାକୃତି କିମ୍ବା ବୃତ୍ତାକାର ପଦାର୍ଥ ନୁହେଁ |
Reviews
There are no reviews yet.