SPECIAL FEATURE INCLUDED:
ପଙ୍କରୁ ଜାତ ପଙ୍କଜ ବହୁ ସୁନ୍ଦର ଓ ସୁବାସିତ ତୁଲ୍ୟ କାନ୍ଧମାଳ ଜିଲ୍ଲାର ବ୍ଯକ୍ତି | ତାଙ୍କୁ କିଏ ନ ଜାଣେ | ସିଏ ତ ସମସ୍ତେ ପାଖରେ ଅତି ଆପଣାର | ବୋଧହୁଏ ତାଙ୍କର କେହି ଶତ୍ରୁ ଏ ପର୍ଯ୍ୟନ୍ତ ଜନ୍ମଲାଭ କରିପାରି ନାହଁ | ଦୁଃଖ ତାଙ୍କ ଦାଣ୍ଡ ଦୁଆର ଛୁଇଁ ନ ପାରିଲା ପରି ମନେହୁଏ | ସର୍ବ ଚଞ୍ଚଳ ପ୍ରଫୁଲ୍ଲିତ ଏକ ଅଲଗା ଖିଆଲର ମଣିଷ ପରି ମଣିଷଟିଏ | ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ, ଜଣେ ଆଦର୍ଶ ଜ୍ୟୋତିଷ ଭାବରେ ପ୍ରଶଂସାରେ ସମ୍ମାନିତ | ଜଣେ ଆଦର୍ଶ ସାହିତ୍ଯକ ଭାବରେ ଜିଲ୍ଲା ଭିତରେ ଓ ବାହାରେ ବିଭିନ୍ନ ଅନୁଷ୍ଠାନଦ୍ଵାରା ପୁରସ୍କୃତ | ଜଣେ ଭଲ ମଣିଷ ଭାବରେ ସ୍ଥାନୀୟ ପ୍ରତ୍ଯେକ ବ୍ୟକ୍ତି ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି
Reviews
There are no reviews yet.