SPECIAL FEATURE INCLUDED:
ସୁପ୍ରଭା ଦାଶ ଆମ ସମୟର ସାହିତ୍ଯ କ୍ଷେତ୍ରରେ ସ୍ଵତନ୍ତ୍ର ସ୍ଵାକ୍ଷର | ସାହିତ୍ଯର ଗବାକ୍ଷ ଦେଇ ପାଠକମାନଙ୍କ ପାଇଁ ତାଙ୍କ ଲେଖନୀରୁ ଭେଟି ଦେଇଛନ୍ତି-ଗଳ୍ପ, କବିତା, ଉପନ୍ୟାସ, ଜୀବନୀ, ତଥା ଶିଶୁସାହିତ୍ୟ | ତାଙ୍କ ରଚିତ ପନ୍ଦରଟି ପୁସ୍ତକ ପ୍ରକାଶିତ | ଦୁଇଟି ପୁସ୍ତକ ତାଙ୍କ ଦ୍ଵାରା ସଂପାଦିତ | ୧୯୯୫ ମସିହାରୁ ସାହିତ୍ୟ ପତ୍ରିକା କାୟାକଳ୍ପର ସଂପାଦିକା ଭାବେ କାର୍ଯ୍ୟରତ | ତାଙ୍କ ରଚିତ ଏକାଧିକ ଗଳ୍ପ, କବିତା, ଶିଶୁଗଳ୍ପ, ନାଟକ, ସଂଗୀତ ରୂପକ ବେତାର / ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ | ତାଙ୍କ ପରିଚାଳନା ଓ ସଂଯୋଜନାରେ ବେତାର ଏବଂ ଦୂରଦର୍ଶନ ପାଇଁ ପ୍ରାଯୋଜିତ କାର୍ଯ୍ୟକ୍ରମ ଗୀତିଚନ୍ଦ୍ରିକା, ଛାଯାପଥ ଏବଂ ପ୍ରତିବିମ୍ବ ପ୍ରସାରିତ |
Reviews
There are no reviews yet.