SPECIAL FEATURE INCLUDED:
ଫକୀରମୋହନଙ୍କ ପରେ ଉପନ୍ୟାସ କ୍ଷେତ୍ରରେ ଦେଖାଦେଇଥିବା ଶୂନ୍ୟକାଳକୁ ଯେଉଁ କେତୋଟି ଉପନ୍ୟାସ ଉଜ୍ଜ୍ଵଳ କରିଥିଲା, ‘ବୋଉ’ ଉପନ୍ୟାସ ସେମାନଙ୍କ ମଧ୍ୟରେ ଏକ ସଫଳ ପଥପ୍ରଦର୍ଶକ ଏବଂ ତାହାର ଲେଖକ ହେଉଛନ୍ତି ‘ସବୁଜ ସାହିତ୍ଯ ସମିତି’ ର ଜଣେ ପ୍ରମୁଖ ତଥା କାଳଜୟୀ ଔପନ୍ୟାସିକ କମଳାକାନ୍ତ ଦାଶ |
ତାଙ୍କର ଉପନ୍ୟାସମାନଙ୍କ ମଧ୍ୟରେ ‘ ବୋଉ’ ପରେ ‘ବାପା’ ଓଡିଶାରେ ଘରେ ଘରେ ସୁପରିଚିତ | ‘ବାପା’ ଉପନ୍ୟାସରେ ବାପା ଦିବ୍ୟସିଂହ ରାଜଗୁରୁ ସେ ସମୟରେ ସମାଜରେ କନ୍ୟାସୁନାର ଭୟାବହତା, ଜମିଦାରୀପ୍ରଥାର କୁପ୍ରଭାବ ଏବଂ ଦୁର୍ନୀତି ତଥା ଅତ୍ୟାଚାର ସତ୍ତ୍ୱେ ନିଜ କନ୍ୟା ପ୍ରତି ହୃଦୟର ବାତ୍ସଲ୍ଯପ୍ରେମ ଅତୁଟ ରଖିପାରନ୍ତି |
Reviews
There are no reviews yet.