SPECIAL FEATURE INCLUDED:
ମାନବଶିଶୁ ଭୂମିଷ୍ଠ ହେଲାପରେ ପ୍ରଥମେ ଶିକ୍ଷା ଲାଭ କରିଥାଏ ମା’ ଠାରୁ | ପରେ ପରିବାର ଓ ତା’ ପରେ ଆସେ ପରିବେଷ୍ଟନୀ | ମଣିଷ ଚାରିପଟେ ଯେଉଁ ମୁକ୍ତ ପରିପାର୍ଶ୍ଵ ରହିଛି ତାହା ଶିଶୁର ମନକୁ ଆକୃଷ୍ଟ କରିଥାଏ | ତାରି ଭିତରେ ସେ ଖୋଜିଥାଏ ଜ୍ଞାନ-ବିଜ୍ଞାନର ଜଗତକୁ | ଜୀବନ ଓ ଜଗତଠାରୁ ସେ ଅନେକ କିଛି ଶିଖିଥାଏ |
ମଣିଷ ଜୀବନରେ ଶିକ୍ଷାର ଶେଷ ହୁଏନାହଁ | ଆଖି ଖୋଲିଲା ମାତ୍ରେ ସେ ଯାହାସବୁ ଦେଖେ, ସେସବୁ ତା’ ଜୀବନରେ ପ୍ରଭାବ ବିସ୍ତାରକରେ |ବୟସ ବଢିବା ସହିତ ଶିଶୁକୁ ଜ୍ଞାନର ପରିଧି ମଧ୍ୟ ପ୍ରସାରିତ ହୁଏ | ସେ ପ୍ରକୃତିଠାରୁ ଜ୍ଞାନ ଆହରଣ କରେ | ତାର ଜୀବନକୁ ସମୟକ୍ରମେ ନିୟନ୍ତ୍ରଣ କରେ ବିଜ୍ଞାନ |
Reviews
There are no reviews yet.