SPECIAL FEATURE INCLUDED:
ସାଂପ୍ରତିକ ଓଡିଆ ସାହିତ୍ୟରେ ସୁଲୋଚନା ଦାସ ଜଣେ ଯଶସ୍ଵିନୀ ସ୍ରଷ୍ଟା | ଗଳ୍ପ, ଉପନ୍ୟାସ, ଲଳିତ ନିବନ୍ଧ, କବିତା, ଜୀବନୀ, ପ୍ରବନ୍ଧ ଓ ସମାଲୋଚନା ପ୍ରଭୁତି ସାହିତ୍ଯର ଅଧିକାଂଶ ବିଭାଗରେ ଲେଖନୀ ଚାଳନା କରି ଓଡିଆ ଭାଷା ସାହିତ୍ଯକୁ ସମୃଦ୍ଧ କରିପାରିଛନ୍ତି | ଜୀବନ ଓ ଜଗତର ବୈଚିତ୍ର୍ୟମୟ ସୌନ୍ଦର୍ୟ୍ଯ ଉଦଘାଟନରେ ତାଙ୍କ ସ୍ରଷ୍ଟାମାନସ ସାଧନାରତ | ଅନ୍ତରରେ, ଅନୁଭବରେ, ହୃଦୟରେ ଏଇ ଶାଶ୍ଵତ ସୌନ୍ଦର୍ୟ୍ଯ, ବିଶ୍ଵର ଗାରିମାକୁ, ମନୁଷ୍ୟ ଓ ଜୀବଜଗତର ମହିମାକୁ ଉପଲବ୍ଧ କରି ଅମୃତ ଅନ୍ଵେଷଣ ପାଇଁ ଏକ ନିରନ୍ତର ପ୍ରୟାସ ତାଙ୍କ ସୃଷ୍ଟିର ମହାଭାଷ୍ୟ | ତାଙ୍କ ସୃଜନ ସ୍ଵପ୍ନର ବ୍ଯାପ୍ତି ସୁଦୂରପ୍ରସାରୀ ; ମାଟିରୁ ଆକାଶକୁ,ପ୍ରାଚ୍ୟରୁ ପାଶ୍ଚାତ୍ୟକୁ, ଇତିହାସରୁ କଳ୍ପନାକୁ, ସସୀମରୁ ଅସୀମକୁ | ବହୁ ପୁରସ୍କାର ଓ ସମ୍ମାନ ତାଙ୍କ ସୃଷ୍ଟିର ସଶ୍ରଦ୍ଧ ସ୍ଵୀକୃତି |












Reviews
There are no reviews yet.