SPECIAL FEATURE INCLUDED:
ରାଜ୍ୟର ଏକ ଗ୍ରାମାଞ୍ଚଳ କଲେଜରେ ଦୀର୍ଘଦିନର ଅଧ୍ୟାପନାରୁ ମୋର ଅନୁଭୂତି ଆସିଲା (ଯେହେତୁ ଗ୍ରାମାଞ୍ଚଳ କଲେଜ ଏବଂ ଛାତ୍ରଛାତ୍ରୀ ସଂଖ୍ୟା ସର୍ବାଧିକ) ରାଜ୍ୟର ପ୍ରାୟ ୯୦% ଛାତ୍ରଛାତ୍ରୀ ଇଂରାଜୀ ଭାଷା ଶିକ୍ଷାରେ ଅତ୍ୟନ୍ତ ଦୁର୍ବଳ | ଜଗତସିଂହପୁର ଜିଲ୍ଲାପରି ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ରଛାତ୍ରୀମାନଙ୍କ ସଂସ୍ପର୍ଶରେ ଆସି ମୁଁ ଜାଣିବାକୁ ପାଇଲି ଅଧିକାଂଶ ଛାତ୍ରଛାତ୍ରୀ ଇଂରାଜୀ Tense Patterns ଶିଖିନାହାନ୍ତି, ଯେଉଁଥିପାଇଁ ସେମାନଙ୍କର ଇଂରାଜୀ ଶିକ୍ଷାର ମୂଳଭିତ୍ତି ଦୁର୍ବଳ ଏବଂ ଯେହେତୁ Tense Patterns ଇଂରାଜୀ ବାକ୍ୟ ଗଠନ ଆଧାର,ସେମାନଙ୍କ ପକ୍ଷେ ଇଂରାଜୀରେ ବାକ୍ୟଟିଏ ଲେଖିବା ବା କହିବା ସମ୍ଭବ ହେଉନାହିଁ |
Reviews
There are no reviews yet.